ଜୀବିତ ଲୋକଙ୍କୁ ମୃତ୍ୟୁ ଘୋଷଣା କାରି ଯୋଗାଣ ବିଭାଗ ରାସନ କାର୍ଡ କାଟିଦେବାରୁ ବିଜୁ ସ୍ମାର୍ଟ କାର୍ଡ ରୁ ବଞ୍ଚିତ

Share:

ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ।

ରାୟଗଡା ଜିଲ୍ଲା କୋଲନରା ବ୍ଲକ ରେ ଜଣେ ବଞ୍ଚିଥିବା ବିଧବା ମହିଳା ଙ୍କର ଗତ ୮ ମାସ ହେଲା ଅନ୍ତର୍ଦ୍ୱୟ ରାସନ କାର୍ଡରେ ସେ ପାଉଥିବା ୩୫ କେଜି ଚାଉଳ ମିଳିବା ବନ୍ଦ ହୋଇ ଯାଇଛି। ସଂମ୍ପୃକ୍ତା ମହିଳା ଚାଉଳ ପାଇଁ ଯାଉଛନ୍ତି, କାର୍ଡ ନମ୍ବର ମେସିନରେ ଏଣ୍ଟ୍ରି କଲା ପରେ ଜଣା ପଡୁଛି ଯେ ଚାଉଳ ଆସିଥିବା ସମ୍ପର୍କରେ ମେସିନ ରେ ଦେଖାଉ ନାହିଁ କହିଲେ ଫେରି ଆସୁଛନ୍ତି। ଖବର ମିଳିଛି ଯେ ଗତ ୮ ରୁ ୯ ମାସ ତଳେ ଏହି ବିଧବା ମହିଳା ଙ୍କ ନାଁ ରେ ଅନ୍ୟ ଜଣେ ମହିଳା ମରି ଯାଇ ଥିଲେ। ମରି ଯାଇ ଥିବା ମହିଳା ଏହି ବିଧବା ମହିଳା ବୋଲି ଭାବି ରାସନ କାର୍ଡ ବନ୍ଦ କରି ଦେଇଛି ଯୋଗାଣ ବିଭାଗ। ପ୍ରକୃତ ତଥ୍ୟ ନ ପାଇ ଜଣେ ୬୦ ବର୍ଷ ର ବିଧବା ଗରୀବ ମହିଳାଙ୍କ ର ରାସନ କାର୍ଡ ବନ୍ଦ କରିବା ଓ ଏଇଥି ପାଇଁ ଉକ୍ତ ମହିଳା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ସ୍ମାର୍ଟ କାର୍ଡ ପାଇବା ରୁ ବଞ୍ଚିତ ହୋଇଥିବା ବିଷୟ କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। କି ଭଳି ଭାବେ ଅଧିକାରୀ ଜାଣି ପାରିଲେ ନାହିଁ ବୋଲି ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।ପ୍ରାପ୍ତ ସୂଚନା ଅନୁସାରେ କୋଲନରା ବ୍ଲକ ସଦର ଗାଁର ଆଦିବାସୀ ସାହି ପାଖରେ ଥିବା ମେଦ୍ରୀ ସାହି ରେ ରହୁଥିବା ୬୦ ବର୍ଷୀୟା ଏମ ନାରାୟଣ। ଦୈନିକ କାମ କରି ଚଳନ୍ତି। ସେ ବିଧବା ଭତ୍ତା ପାଉଥିବା ବେଳେ ଅନ୍ତର୍ଦ୍ୱୟ କାର୍ଡ ରେ ମାସକୁ ୩୫ କିଲୋ ଚାଉଳ ପାଇ ଦୁଃଖେ ସୁଖେ ଚଳି ଯାଉ ଥିଲେ। କିନ୍ତୁ ଗତ ୯ ମାସ ତଳେ ଆଉ ଜଣେ ମହିଳା ଏମ ନାରାଣା ଆମା ଙ୍କ ର ମୃତ୍ୟୁ ହୋଇଥିଲା। ତତ୍କାଳୀନ ଏମ ଆଇ ବର୍ତ୍ତମାନ ଜୀବିତ ଥିବା ମହିଳା ମୃତା ବୋଲି ଦର୍ଶାଇ ରାସନ କାର୍ଡ ଟିକୁ କାଟି ଦେଇଥିଲେ। ଏହା ଜାଣିବା ପରେ ଗାଁ ର ୱାର୍ଡ ସଭ୍ୟ ଜି ରବି କୁମାର ଓ ଗାଁ ର ଯୁବକ ମାନେ ଏମ ଆଇ ଙ୍କୁ ଭେଟି ଏ ଭଳି ଭୁଲ ସମ୍ପର୍କରେ ଆଲୋଚନା କରିବା ସହ ଏଭଳି କାର୍ଯ୍ୟ କରିବା ଠିକ ନୁହେଁ ବୋଲି କହି ଥିଲେ। ସେତେ ବେଳେ ୬ ମାସର ଚାଉଳ ମହିଳାଙ୍କୁ ମିଳିବା ସହ କାର୍ଡ ସଂଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ୨ ମାସ ତଳେ ସେ ଏଠାରୁ ଅନ୍ୟତ୍ର ବଦଳି ହୋଇ ଚାଲି ଯାଇଥିବା ବେଳେ ,କାର୍ଡ ସଂଯୋଗ ହୋଇ ନ ଥିବା ଯୋଗୁଁ ମହିଳା ଜଣଙ୍କ ଦୁଇ ମାସ ହେଲା ଚାଉଳ ପାଇ ପାରି ନାହାନ୍ତି ଓ ଏଥି ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ସ୍ମାର୍ଟ କାର୍ଡ ବି ହରେଇଛନ୍ତି। ଏହାକୁ ନେଇ ଆଜି ପୁଣି ଯୁବକ ମାନେ ଅସନ୍ତୋଷ ପ୍ରକାଶ କରି ଛନ୍ତି।ତେଣୁ ପ୍ରଶାସନ ପକ୍ଷରୁ ଏଭଳି ଗରୀବ ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହ ଚାଉଳ , ସ୍ବାସ୍ଥ୍ୟ କାର୍ଡ, ଓ ରାସନ କାର୍ଡ ଯୋଗେଇ ଦେବା ପାଇଁ ୱାର୍ଡ ସଭ୍ୟ ଜି ରବି କୁମାର, ୱାର୍ଡ ସଭ୍ୟା ପଦ୍ମା ମିଣିଆକା, ପି ଗୌରୀ ଶଙ୍କର, କିରଣ ଚୌଧୁରୀ, ଲାଜର କିଲାନି, ଆଇ ସାଇ କୁମାର, ଜି ଶଙ୍କର ରାଓ, ପି ଲକ୍ଷ୍ମଣ, ଏ ଚାଣ୍ଟି, ଅର କେ ନାଇଡୁ, ପ୍ରମୁଖ ଦାବୀ କରିଛନ୍ତି।ଏହି ସୂଚନା ନେଇ ପୂର୍ବରୁ ଥିବା ମାର୍କେଟିଂ ଅଫିସର ସତ୍ୟ ନାରାୟଣ ଭୋଇ ଙ୍କୁ ଯୋଗାଯୋଗ କରିବାରୁ କୌଣସି ଫୋଳପ୍ରଦ ହୋଇ ପରିନ ଥିଲା । ଏହି ଭଳି ଦାୟିତ୍ୱ ବିହୀନ କାମ କଲେ ବହୁତ ନିରୀହ ଲୋକମାନେ ଚାଉଳ ପାଇବାରେ ବଞ୍ଚିତ ରହିବେ ବୋଲି ବୁଦ୍ଧି ଯିବି ମାନେ ଦୁଃଖ ପ୍ରକାଶ କରିଛନ୍ତି । ଏହିପରି ଅଧିକାରୀ ଙ୍କୁ ଚାକିରିରୁ ବିଦାୟ କରିବାକୁ ଦାବି ହୋଇଛି ।


Share: