ଜରଡ଼ ଠାରୁ ଜଉଗଡ଼ କୁ ସଂଯୋଗ ହୋଇଥିବା ପୂର୍ତ୍ତବିଭାଗ ରାସ୍ତାର ଭିତ୍ତି ପ୍ରସ୍ଥର ସ୍ଥାପନ କଲେ ଆସିକା ସାଂସଦ ପ୍ରମିଳା ବିଷୋୟୀ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଣ୍ଡିଆ ପଞ୍ଚାୟତ ରେ ରହିଥିବା ବିଶ୍ୱ ପ୍ରସିଦ୍ଧ ଜଉଗଡ଼ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ଙ୍କ ଉତ୍ତମ ଗମନା ଗମନ ଲାଗି ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ l

କବିସୂର୍ଯ୍ୟନଗର ବିଧାୟୀକା ଲତିକା ପ୍ରଧାନ ଙ୍କ ପ୍ରୟାସ କ୍ରମେ 314 ଲକ୍ଷ ଟଙ୍କା ବ୍ୟୟ ରେ କବିସୂର୍ଯ୍ୟନଗର ବ୍ଲକ ଜରଡ଼ ଠାରୁ ଜଉଗଡ଼ ପର୍ଯ୍ୟନ୍ତ ଥିବା ପୂର୍ତ୍ତ ବିଭାଗର ମୋଟ 4.7 କିମି ରାସ୍ତାର ଉନ୍ନତିକରଣ ଓ ପ୍ରସ୍ଥତି କାରଣ ଲାଗି ଆଜି ଆସିକା ସାଂସଦ ପ୍ରମିଳା ବିଷୋୟୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ବିଧାୟିକା ଓ ସାଂସଦ ଜରଡ଼ ଗ୍ରାମରେ ପହଞ୍ଚି ବା ପରେ ଗ୍ରାମବାସୀ ଙ୍କ ପକ୍ଷରୁ ସ୍ୱାଗତ ସମ୍ୱର୍ଦ୍ଧନା କରାଯାଇ ଥିଲା l

ଏହା ସହିତ ଅତିଥିଙ୍କ ଦ୍ୱାରା ଭିତ୍ତିପ୍ରସ୍ଥର ସ୍ଥାପନ ପରେ ଏକ ଜନସାଧାରଣ ଙ୍କ ଉଦେଶ୍ୟରେ ଏକ ସାଧାରଣର ସଭା ଆୟୋଜିତ ହୋଇଥିଲା l ଏହି ଅବସରରେ 7 ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ସନ୍ତୋଷ ପାଢ଼ୀ,ଜରଡ଼ ପଞ୍ଚାୟତ ର ସମିତିସଭ୍ୟ ରାଜେଶ ତ୍ରିପାଠୀ, ସରପଞ୍ଚ ପଦ୍ମ ନାୟକ ଏବଂ କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁର ବ୍ଲକ ସ୍ଥରୀୟ ଆଗଧାଡିର ବହୁ ନେତା ଙ୍କ ସମେତ ବରିଷ୍ଠ ନେତା ନାରାୟଣ ରାଓ ଓ ପୁରୁଷୋତ୍ତମପୁର ପୂର୍ତ୍ତବିଭାଗ ର ଏସଡ଼ିଓ, ଜେଇ ପ୍ରମୁଖ ଉପସ୍ଥିତ ଥିଲେ l


Share: