ବରେଣ୍ୟ ସାଧକ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କୁ ଆଜିର ଜନସମାଜ ଅନୁସରଣ କରିବା ଉଚିତ୍ : ପ୍ରାଧ୍ୟାପକ କଲିମୁଲ୍ଲା,।

Share:

ଓଡିଶା ବ୍ୟୁରୋ ଚିଫ

କଟକ ସଦର – କଟକ ସଦର ୪୨ ମୌଜା ଉପକଣ୍ଠ ପଟଣା ଗ୍ରାମର ସାଂସ୍କୃତିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ,ଆଲୋଚନା ଚକ୍ର,ପତ୍ର ପତ୍ରିକା ଉନ୍ମୋଚନ ଓ ପ୍ରତିଷ୍ଠାନ ସେବାକାର୍ଯ୍ୟର ତୈଳଚିତ୍ର ଉନ୍ମୋଚନ ଆଦି ବହୁବିଧ କାର୍ଯ୍ୟକ୍ରମ ପଟଣା କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାସହ ଗାନ୍ଧିବାଦୀ ଚିତ୍ରଶିଳ୍ପୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ଅଷ୍ଟମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସଭାପତି ଇଂ.ଅଶୋକ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ,ମୁଖ୍ୟବକ୍ତା ଚିତ୍ତ ରଂଜନ ବେହେରା,ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଅଶୋକ ପଟ୍ଟନାୟକ,କବି ପ୍ରତିଭା ଶତପଥୀ,ପ୍ରାଧ୍ୟାପକ କଲିମୁଲ୍ଲା, କଥାକାର ଶରତ ରାୟ,ଇଂ.ପ୍ରଦୀପ ବେହେରା,ସଂଗଠକ ରୁଦ୍ର ନାରାୟଣ ଦାସ ପ୍ରମୁଖ ମଞ୍ଚାସିନ ଥିଲାବେଳେ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ସଭାରେ କଣ୍ଠଶିଳ୍ପୀ ଆଶିଷ ମହାନ୍ତି,ଶ୍ୟାମାମଣି ମହାନ୍ତି, ଚିତ୍ରଶିଳ୍ପୀ ଲଲିତ ନାରାୟଣ ସ୍ୱାଇଁ , ସମାଜସେବୀ ଗଗନ ବିହାରୀ ପାଇଟାଳ,ଶିଶିର ସାହୁ,ଲଲିତ ରାୟ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷର ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


Share: