ବ୍ରହ୍ମପୁରରେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଅଭିଯୋଗ
ଭଗବାନ ପାଢ଼ୀ
ଗଞ୍ଜାମ :ଏଭଳି ଅଭିଯୋଗ ଆସିଛି ସହରରେ ଥିବା ଗୁରୁକୁଳ ଇଣ୍ଟରନେସନାଲ ସ୍କୁଲ ଓ କଲେଜରୁ ।
ଗୁରୁକୁଳ ଇଣ୍ଟରନେସନାଲ ସ୍କୁଲ ଓ କଲେଜର ହଷ୍ଟେଲରେ ରହୁଥିବା ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ ସିନିୟର ଛାତ୍ର ମାନେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ।
ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଛାତ୍ରଙ୍କ ମା ଗୋଷାଣୀନୂଆଗାଁ ଥାନାରେ ଦେଲେ ଲିଖିତ ଅଭିଯୋଗ ।
ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ହାତକୁ ପୋଡି ଦେଇଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରଙ୍କ ମା ।
୮ ଜଣଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଲିଖିତ ଅଭିଯୋଗରେ ପୋଲିସକୁ ଜଣାଇଛନ୍ତି ।
ବାରମ୍ବାର ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାନେ ନିର୍ଯ୍ୟାତନା ଦେଉଥିବା ବେଳେ କଲେଜ କର୍ତ୍ତୃପକ୍ଷ କୈାଣସି ପଦକ୍ଷେପ ନେଉନଥିବା ଅଭିଯୋଗ ।
ଅଭିଯୋଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କଲା ଗୋଷାଣୀନୂଆଗାଁ ଥାନା ପୋଲିସ ।