ଗୁଲାବ ବାତ୍ୟା କୁ ନେଇ ପ୍ରଶାସନ ର ପ୍ରସ୍ତୁତି

Share:

ଗଞ୍ଜାମ :26/9/2021ଆଜି ସ୍ଥଳଭାଗ ଛୁଇଁବ ଗୁଲାବ । ସମୁଦ୍ର ମଧ୍ଯରେ ବଳ ଗୋଟାଇବା ସହ ଘଣ୍ଟା ପ୍ରତି ସାତ କିଲୋମିଟର ବେଗରେ ଆସୁଥିବା ବାତ୍ୟା କୁ ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିବା ସୂଚନା ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟା ଓ ପରବର୍ତୀ ବନ୍ୟାକୁ ମୁକାବିଲା ପାଇଁ ଆଜି ଏନଡ଼ିଆରଏଫ ର 22 ଜଣିଆ ଏକ ଟିମ କଟକରୁ ଆସି ଆସିକା ବ୍ଲକ କାଳସଣ୍ଡପୁର ଠାରେ ପହଁଚିଛି । ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ଘନ ଘନ ବୈଠକ କରାଯିବା ସହିତ ବାତ୍ୟା ପରବର୍ତୀ ବନ୍ୟା କୁ ନେଇ ଲୋକଙ୍କୁ ସଚେତନ କରାଯାଉଛି । ତେବେ ରୂଷିକୁଲ୍ୟା ନଦୀରେ ବନ୍ୟାଜଳ ଆସିବା ନେଇ ଘୋଷିତ ପରେ ଆସିକା ଅଂଚଳର ଲୋକଙ୍କ ମନରେ ଆତଙ୍କ ଦେଖାଦେଇଛି । ଦୁଇବର୍ଷ ପୂର୍ବରୁ ଆସିକା ଅଞ୍ଚଳବାସୀ ଏକ ପ୍ରଳୟଙ୍କାରୀ ବନ୍ୟାର ସମ୍ମୁଖୀନ ହୋଇ ଏଯାବତ ଅଣ୍ଟା ସଳଖି ପାରିନଥିବା ବେଳେ ବାତ୍ୟା ଗୁଲାବ କୁ ନେଇ ଭୟଭୀତ ଥିବା କହିଛନ୍ତି ଅଞ୍ଚଳବାସୀ ।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ।


Share: