ଆଦର୍ଶ ଥାନା ବୀରମହାରାଜପୁର ରେ ମେଗା ରକ୍ତ ଦାନ ଶିବିର ଆୟୋଜିତ , ସମୁଦାୟ 181 ୟୁନିଟ ରକ୍ତ ସଂଗ୍ରହ

Share:

ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

ସୁବର୍ଣ୍ଣପୁର :ଆଜି ସୁବର୍ଣ୍ଣପୁର ଜିଲ୍ଲାର ଆଦର୍ଶ ଥାନା ପରିସର ରେ ମୋ ସରକାର ମାଧ୍ୟମ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା ଙ୍କ ମୁଖ୍ୟ ଅତିଥି ଭାବରେ ଏ ରକ୍ତ ଦାନ ଶିବିର ରେ ଯୋଗ ଦାନ କରି ରକ୍ତ ଦାତା ଙ୍କୁ ଧନ୍ୟବାଦ ଦେଇଥିଲେ । ଯେପରି ଜିଲ୍ଲାର ରକ୍ତ କେନ୍ଦ୍ର ରେ ରକ୍ତ ର ଅଭାବ ରହିବ ନାହିଁ ଓ ରକ୍ତ ର ଅଭାବକୁ ପୂରଣ କରିବା ସକାଶେ ଓଡ଼ିଶା ପୋଲିସ ତାର ଚେଷ୍ଟା ଜାରୀ ରଖିବାକୁ ଆରକ୍ଷୀ ଅଧିକ୍ଷକ କହିଛନ୍ତି
ଏହି ରକ୍ତ ଦାନ ଶିବିର ରେ ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ , IICଅଞ୍ଜଳି କୁମ୍ଭାର , ଜିଲ୍ଲା ଆରକ୍ଷୀ ନିରୀକ୍ଷକ ପ୍ରଦୁମନ୍ ପଟେଲ , ଜିଲ୍ଲା ପୋଲିସ ରକ୍ତ ସଂଯୋଜକ ମନୋଜ ପଣ୍ଡା , ଜିଲ୍ଲା ଶାଖା ସଂଘ ସଭାପତି କୁମୁଦ ରଂଜନ ମେହେର, ସମ୍ପାଦକ ସୁଧାଂଶୁ ଶେଖର ମେଣ୍ଡେଲି , କନଷ୍ଟେବଳ ଧିରେନ୍ ବିଶ୍ଵାଳ , ହାବିଲଦାର ବିନୋଦ ବିହାରି ସାମନ୍ତ ରାୟ ତଥା ଅନ୍ୟାନ୍ୟ ଥାନା ଓ ଫାଣ୍ଡି ଅଧିକାରୀ ମିଶି ଏ ରକ୍ତ ଦାନ ଶିବିର କୁ ସଫଳ ମଣ୍ଡିତ କରିଥିଲେ । ଡ୍ରାଇଭର ମହାସଂଘ , ଏନସିସି ଛାତ୍ର ଛାତ୍ରୀ , ଜୀବନ ବିନ୍ଦୁ ର କର୍ମକର୍ତ୍ତା , ସହୟୋଗ ସମାଜ ସେବୀ ଅନୁଷ୍ଠାନ , ବିଜୁଳି ବିଭାଗ କର୍ମଚାରୀ , ବଜରଙ୍ଗ ଦଳଓ ସର୍ବୋପରି ଅଞ୍ଚଳ ର ସମସ୍ତ ରକ୍ତ ଦାତା ରକ୍ତ ଦାନ ଶିବିର ରେ ରକ୍ତ ଦାନ କରିଥିଲେ । ଜିଲ୍ଲା ରକ୍ତ ଭଣ୍ଡାର ର ଡ୍ର ବିଶ୍ୱନାଥ ଜେନା , ସୁବାଷ ପଣ୍ଡା , ଜଗତ ଦରୁଆନ, ଟଙ୍କଧର କୁମର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ଓ ବୁର୍ଲ୍ଲା ର ରକ୍ତ ସଂଗ୍ରହ କରି ଦଳ ମଧ୍ୟ ଭାଗ ନେଇଥିଲେ ।


Share: