ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ: ଦେଶୀ ମଦ ଜବତ ୨ ଗିରଫ

Share:

ଡେଲ୍ଲୀପ କୁମାର ସ୍ବାଇଁ ଙ୍କ ରିପୋର୍ଟ

ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବାଲୁଗାଁ ଅବକାରୀ ବିଭାଗ ସୁନୀତା ଦଳେଇ ଙ୍କ ନେତୃତ୍ୱରେ ଆଜି ବିଭିନ୍ନ ଗ୍ରାମ ମାନଙ୍କରେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି। ବାଣପୁର ଥାନା ଅନ୍ତର୍ଗତ ମାଟିଆ ପୋଖିରି ଗ୍ରାମର ଧରଣୀ ଧର ପ୍ରଧାନ ଓ ରାଉତ୍ରା ପଲ୍ଲୀ ଗ୍ରାମର ପ୍ରସନ୍ନ କୁମାର ପଲେଇ । ଏହି ଗ୍ରାମ ମାନଙ୍କରେ ବାରମ୍ବାର ଦେଶୀ ମଦ ବିକ୍ରୟ ହେଉଥିବାର ଅଭିଯୋଗ ହେଉଥିଲା। ଆଜି ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଉଭୟ ଗ୍ରାମରେ ଚଢ଼ାଉ କରି ଦୁଇଜଣ ଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୨୭ ଲିଟର ଦେଶୀମଦ ଜବତ ହୋଇଛି। ଏହି ପରି ପେଯୀରେ ବାଲୁଗାଁ ଅବକାରୀ ବିଭାଗ ପିଆର୍ କେସ ନମ୍ବର ୪୧,୪୨/୨୨-୨୩ରେ ଦୁଇଟି ମାମଲା ରୁ୍ଜୁକରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।


Share: