ଆଜି ଠା ରୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ପାଳିତ, ଢେଙ୍କାନାଳ

Share:

ପପୁ ସାହୁ ଙ୍କ ରିପୋର୍ଟ ।

ଢେଙ୍କାନାଳ:- ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ୍ ୟୁନିଅନ ପକ୍ଷରୁ ସାରା ଦେଶରେ ଦୁଇ ଦିନ ଧରି ବ୍ୟାଙ୍କ ଗୁଡ଼ିକ ର ଘରୋଇକରଣ ବିରୁଦ୍ଧ ରେ ଆଜି ଢେ଼ଙ୍କାନାଳ ଷ୍ଟେଟ ବ୍ୟାଙ୍କ ସମ୍ମୁଖ ରେ ଢେ଼ଙ୍କାନାଳ ଜିଲ୍ଲାର ସମସ୍ତ ବ୍ୟାଙ୍କ କର୍ମଚାରୀ ଧାରଣା ପ୍ରଦର୍ଶନ କରି ଛନ୍ତି । ଫଳରେ ବ୍ୟାଙ୍କ ସୁବିଧା ଉପଲବ୍ଧ ନହେବାରୁ ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଏହି ଧର୍ମଘଟ ଆସନ୍ତାକାଲି ମଧ୍ଯ ଜାରି ରହିବ ବୋଲି ସୂଚନା ମିଳିଛି । ଫୋରମ୍ ତରଫ ରୁ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ମାନ ମୋହନ ନାୟକ, ସୌମ୍ୟ ମିଶ୍ର , ବିଭାସ ମହାନ୍ତି, ଗୋପାଳ ସାହୁ, ଆଶିଷ ସମଲ,ମନୋଜ ସାହୁ , ପ୍ରମୁଖ ଯୋଗ ଦେଇ ନିଜ ନିଜର ମୂଲ୍ୟବାନ ମତ ପ୍ରଦାନ କରି ଥିଲେ । ଏଥିରେ ଅନେକ ସୁବ୍ୟକ୍ତା ସରକାର ଙ୍କ ବ୍ୟାଙ୍କ ମାନ ଙ୍କ ପ୍ରତି ଅବହେଳା ଓ ଘରୋଇକରଣ ବିରୁଦ୍ଧ ରେ ସ୍ୱର ଉତୋଳନ କରିଥିଲେ ।


Share: