ମହୋଦଧି ଆରତୀ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Share:

ଟେଲିଭିଜନ ଏବଂ ସାମାଜିକ ଗଣମାଧ୍ୟମରେ ହେବ ସିଧା ପ୍ରସାରଣ

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ- ଚଳିତ ବର୍ଷ ୧୬ତମ ମହୋଦଧି ଆରତୀ ଶ୍ରୀ ଗୋବର୍ଦ୍ଧନ ମଠ ପକ୍ଷରୁ ଆସନ୍ତା ୧୭ ତାରିଖରେ ଆୟୋଜିତ ହେବ । ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । କୋଭିଡ କଟକଣା ପାଳନ ପୂର୍ବକ ସର୍ବାଧିକ ୧୦୦ ଜଣଙ୍କ ଉପସ୍ଥିତିରେ ଏହି ବାର୍ଷିକୋତ୍ସବ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମେତ କମ ସଂଖ୍ୟକ ଅତିଥି ମାନଙ୍କ ଉପସ୍ଥିତରେ ମହୋଦଧି ଆରତୀ ଆୟୋଜନ ହେବ । ଏଥି ନିମନ୍ତେ ଆବଶ୍ୟକୀୟ ଆନୁଷଙ୍ଗିକ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ । କରୋନା ମହାମାରୀ ସମୟରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ବିଭିନ୍ନ ଟେଲିଭିଜନ ଏବଂ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ହେବ ଯାହାଦ୍ବାରା ଶ୍ରଦ୍ଧାଳୁ ମାନେ ଘରେ ରହି ଦେଖିବାର ସୁଯୋଗ ପାଇବେ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଟି ଡିଏସପି ଶ୍ରୀ ଜନାର୍ଦ୍ଦନ ପାଢୀ, ମହୋଦଧି ଆରତୀ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ସଂପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଆଦିତ୍ୟ ବାହିନୀ ରାଷ୍ଟ୍ରୀୟ ମହାମନ୍ତ୍ରୀ ଶ୍ରୀ ମାତୃ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ ।


Share: