ଅଳିଆ ଗଦାରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ନବଜାତ ଶିଶୁପୁତ୍ର ହେଲା ଅଲୋଡ଼ା l ଅଳିଆ ଗଦାରେ ପଡ଼ିଥିବା ବେଳେ ସ୍ଥାନୀୟ ବାସିନ୍ଦା କଲେ ଉଦ୍ଧାର l ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବଡଦାଣ୍ଡ ସାହିର ଜଣେ ବ୍ୟକ୍ତିଙ୍କ ବାଡ଼ିପଟ ଅଳିଆଗଦାରୁ l ଆଜି ଅସକାଳୁ ଏହି ଅଳିଆ ଗଦାରେ ନବଜାତ ଶିଶୁପୁତ୍ର ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ l ଶିଶୁପୁତ୍ର ଟି କୁ ସେଠାରୁ ଉଦ୍ଧାର କରି ଧରାକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତିକରିଥିଲେ l ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଶିଶୁଟି ସୁସ୍ଥ ଥିବା କହିଥିବା ବେଳେ କିଏ ଏବଂ କାହିଁକି ନବଜାତ ଶିଶୁ କୁ ଅଳିଆ ଗଦାରେ ପକାଇଲା ତାହା ଏବେ ବଡପ୍ରଶ୍ନ ହୋଇଛି l ଅବୈଧ ସମ୍ପର୍କ ରୁ ଏହି ଶିଶୁପୁତ୍ର ଜନ୍ମିତ ହୋଇଥିବାରୁ ଏହିଭଳି ଅଳିଆ ଗଦାରେ ପକାଯାଇଥିବା ଅଞ୍ଚଳରେ ଆଲୋଚନା ହେଉଛି l ସେପଟେ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l


Share: