ସୁବର୍ଣ୍ଣପୁର ଜିଲ୍ଲା ପଏଁରୀ ଠାରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଟିତ

Share:

ଶ୍ୟାସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

ସୁବଅର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲା ର ନୃତ୍ୟ, ସଂଗୀତ ନାଟକ ର ଅଗ୍ରଣୀ ଅନୁଷ୍ଠାନ ପାଏଁରୀ ଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ରେ ଓଡିଶା ସଂଗୀତ ନାଟକ ଏକାଡେମି ଭୁବନେଶ୍ୱର ପକ୍ଷ ରୁ ଏକ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ପଦର୍ଶନ କାର୍ଯ୍ୟକ୍ରମ ଉଦଯାପନ ହୋଇ ଯାଇଛି l ପାଏଁରୀ ଅନୁଷ୍ଠାନ ସହଯୋଗ ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଅଂଚଳ ରୁ କଳାକାର ମାନେ ଆସି ଗୋଟିଏ ଗୁରୁ ଓ ଦଶ ଜଣ ଶିଷ୍ୟ କଳା ପଦର୍ଶନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଦ୍ୱାରା ଲୁପ୍ତ ହେବାକୁ ଥିବା ଷୋହଳ ସୁଆଙ୍ଗ ଦଣ୍ଡନାଟ ଲୋକକଳା କୁ ଗୁରୁଶିଷ୍ୟ ପରମ୍ପରା ମାଧ୍ୟମରେ ପୁନଃରୁଦ୍ଧାର ଏହାର ମୂଳଲକ୍ଷ୍ୟ ବୋଲି କୁହାଯାଇଛି l

ଏହିକାର୍ଯ୍ୟକ୍ରମ ପାଏଁରୀ ଅନୁଷ୍ଠାନ ର ସମ୍ପାଦକ ଚୌଧୁରୀ ବିଭାର ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ସଭ୍ୟ ମାନେ ସହଯୋଗ କରିଥିଲେ l ତେବେ ଏହି କାର୍ଯ୍ୟକ୍ରମ କୁ ବିଶେଷ ସହଯୋଗ କରିଥିବା ଓଡିଶା ସଂଗୀତ ନାଟକ ଏକାଡେମି ର ସମ୍ପାଦକ ପ୍ରବୋଧ କୁମାର ରଥ କୁ ଅଶେଷ ଧନ୍ୟବାଦ ଦିଆଯାଇଛି l
ସୁବର୍ଣ୍ଣପୁର ଜିଲ୍ଲା ପଏଁରୀ ଠାରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଟିତ


Share: