ଥେରୁବାଲିରେ ହସ୍ତଶିଳ୍ପ ତାଲିମ ଶିବିର ଉଦଘାଟିତ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ ।

ରାୟଗଡ:ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଓଡିଶା ଓ ରାୟଗଡାସ୍ଥିତ ସହକାରୀ ନିର୍ଦ୍ଦେଶିକା (ହସ୍ତଶିଳ୍ପ) ଦ୍ବାରା ଥେରୁବାଲିସ୍ଥିତକ ଗୋପବନ୍ଧୁ ନଗର ଇମ୍ଫା ଏମ୍ପ୍ଲୋଇଜ କ୍ଲୁବ ପରିସରରେ ୬ ମାସିଆ ହସ୍ତ ଶିଳ୍ପ ( ଚାନ୍ଦୁଆ) ତାଲିମ କାର୍ଯ୍ୟକ୍ରମ ଉଦ୍ଦଘାଟିତ ହୋଇଯାଇଅଛି ।

ଇମ୍ଫାର ବଶିଂଧର ଓ ଇଲାପଣ୍ଡା ଫାଉଣ୍ଡେଷନ ର ସଂଯୋଜନାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ଯକ୍ରମରେ ରାୟଗଡ଼ା ସ୍ଥିତ ସହକାରୀ ନିର୍ଦ୍ଦେଶୀକା (ହସ୍ତ ଶିଳ୍ପ) ସୁଶ୍ରୀ ଯୋସୀ ଡୁଙ୍ଗ୍ ଡୁଙ୍ଗ ,ହସ୍ତ ଶିଳ୍ପ ସଂପ୍ରସାରଣ ଅଧିକାରୀ ଶ୍ରୀମାନ ଉଲ୍ଲାସ ଚନ୍ଦ୍ର ବେହେରା , ଶ୍ରୀମାନ କଲୋଳ ନାୟକ , ଉପ ମୁଖ୍ୟ ପ୍ରବନ୍ଧକ (କାର୍ମିକ ଓ ପ୍ରଶାସନ ) ଇମ୍ଫା , ଶ୍ରୀମାନ ଶକ୍ତି ପାଣିଗ୍ରାହୀ ,ବରିଷ୍ଠ ପରିଚାଳକ (ଲୋକ ସମ୍ପର୍କ) ଇମ୍ଫା, ଶ୍ରୀମାନ ରାଧାଶ୍ୟାମ ପଣ୍ଡା ,ନିର୍ଦ୍ଦେଶକ , ପଲ୍ଲୀ ବିକାଶ ଥେରୁବାଲି, କେ ଆପନ୍ନା ଓ ଲୋକ ସମ୍ପର୍କ ବିଭାଗର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ୫ ଗୋଟି ପଞ୍ଚାୟତର ୧୫ ଜଣ ଗ୍ରାମୀଣ ଆଦିବାସୀ ଝିଅ ଚାନ୍ଦୁଆ ତାଲିମ ନେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି । ଏହି ତାଲିମ କାର୍ଯ୍ୟ ସମ୍ପର୍କରେ ସହକାରୀ ନିର୍ଦ୍ଦେଶୀକା (ହସ୍ତ ଶିଳ୍ପ) ତାଲିମ ପ୍ରାର୍ଥିନୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଓ ବିଭାଗ ତରଫରୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି ଆଶ୍ଵାସନା ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଇମ୍ଫାର ବଂଶିଧର ଓ ଇଲାପଣ୍ଡା ଫାଉଣ୍ଡେଷନ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଏହାର ଉପ ମହା ପ୍ରବନ୍ଧକ (କାର୍ମିକ ଓ ପ୍ରଶାସନ ) ପ୍ରତିଶୃତି ଦେବା ସହିତ ଜଣେ ସଫଳ ହସ୍ତଶିଳ୍ପଦ୍ୟୋଗୀ ହେବାକୁ ପରାମର୍ଶ ଦେଇଥିଲେ । ଶ୍ରୀମାନ ଶକ୍ତି ପାଣିଗ୍ରାହୀ ,ବରିଷ୍ଠ ପରିଚାଳକ (ଲୋକ ସମ୍ପର୍କ) ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।


Share: