ବାରିଝୋଲା ଗ୍ରାମରେ ବସୁଧା ଯୋଜନାରେ ପାନୀୟ ଜଲଯୋଗାଣ ପ୍ରକଳ୍ପ ଉଦଘାଟିତ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡ: ରାୟଗଡା ପଂଚାୟତ ସମିତି ଅନ୍ତର୍ଗତ ହାଲୁଆ ପଂଚାୟତ ର ବାରିଝୋଲା ଗ୍ରାମରେ ବସୁଧା ଯୋଜନା ମାଧ୍ୟମରେ 52ଲକ୍ଷ ଟଙ୍କା ବ୍ୟାୟ ରେ ନବ ନିର୍ମିତ 100000କ୍ଷମତା ବିଶିଷ୍ଠ ଏକ ଜଲଯୋଗାଣ ପ୍ରକଳ୍ପ କୁ ଆଦିବାସୀ ଜାତି ଜନଜାତି ଓ ପଛୁଆ ବର୍ଗମନ୍ତ୍ତୀ ଶ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଛନ୍ତି ଘଟଣା ରୁ ପ୍ରକାଶ ଯେ ଏହି ଗ୍ରାମରେ ପ୍ରୟାସ,263ପରିବାର ବାସ କରନ୍ତି ଏହିଗ୍ରାମରେ ପାନୀୟ ଜଳ ସମସ୍ୟା ବହୁଦିନ ରୁ ଲାଗିରହିଥିଲା ଏହି ଗ୍ରାମ ତର ଭୂମି ତଳେ ଜଳ ସ୍ରୋତ ପ୍ରବାହ ନଥିବାରୁ ନଳକୂପ ଖୋଲିଲେ ମଧ୍ୟ୍ୟ ପାନୀୟ ଜଳ ସମସ୍ୟା ଲାଗି ରହିଥିଲା କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗାଁ କି ସ୍ଵଚ୍ଚ ଜଲଯୋଗାଣ ପ୍ରକଳ୍ପ ବସୁଧା ମାଧ୍ୟମରେ ଏହି ପ୍ରକଳ୍ପ ନିର୍ମାଣ କରି ବାରିଝୋଲା ଗ୍ରାମ ବାସୀଙ୍କ ଉଦେଶ୍ୟରେ ଉଚ୍ଚାର୍ଗିତ କରାଗଲା ବୋଲି ମନ୍ତ୍ତୀ କହିଥିଲେ ଏହି କାର୍ଯ୍ୟକ୍ରମ ଟେ ରାଜ୍ୟ ସଭା ସଂସାଦ ଶ୍ରୀ ଏନ ଭାସ୍କର ରାଓ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଜ଼ିଲ୍ଲା ପରିଷଦ ଅଧକ୍ଷ ଗଙ୍ଗାଧର ପୁଆଲା ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ଅନୁଶୁୟାଁ ମାଝୀ ଅମ୍ବିକା ବିଡ଼ିକା ହାଲୁଆ ସରପଞ୍ଚ ସରସ୍ବତୀ ବିଡ଼ିକା ଉପସ୍ଥିତ ଥିଲେ


Share: