ଚିକିତ୍ସା ଅବହେଳାରୁ ଚାଲିଗଲା 7 ବର୍ଷ ଝିଅ ର ଜୀବନ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ମିଳିଲାନି ଚିକିତ୍ସା ସେବା l ଡାକ୍ତର ଙ୍କୁ ଗୁହାରି କଲେବି ଶୁଣିଲେନି ଡାକ୍ତର l 7 ବର୍ଷ ଝିଅ ର ଲିଭିଗଲା ଜୀବନ ଦୀପ l ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ l ଆଜି ବାଉଁଶିଆ ଗ୍ରାମର ଜାନକୀ ନାହାକ ଓ ସ୍ୱାମୀ ନବୀନ ନାହାକ ଙ୍କ 7 ବର୍ଷ ର ଝିଅ ପାର୍ବତୀ କୁ ଝାଡା ହେବା ପରେ ଆଜି 10 ଘଣ୍ଟ ସମୟରେ କବିସୂର୍ଯ୍ୟନଗର ଡାକ୍ତର ଖାନା ଭର୍ତି କରିଥିଲେ l

ଏଠି ଡାକ୍ତର ତାଙ୍କୁ ବିଳମ୍ବ ରେ ଚିକିତ୍ସା କରିବା ସହିତ ମାତ୍ରାଧିକ ମେଡ଼ିସିନ ଦେଇ ଆଉ ଆସିନଥିଲେ l ସକାଳ 10 ଟା ରୁ ଅପରାହ୍ନ 5 ଯାଏଁ ଚିକିତ୍ସା କରିବାକୁ ଆସି ନଥିଲେ ଡାକ୍ତର l ଡାକ୍ତର ଙ୍କ ଘର ବାରଣ୍ଡାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ବି କେହି ଶୁଣି ନଥିଲେ l ଶେଷରେ 108 ଡାକି ଅନ୍ୟତ୍ର ନେବା ପୂର୍ବରୁ କେହି ଜଣେ ଡାକ୍ତର ଆସି ପାର୍ବତୀ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଏବଂ ମୃତ୍ୟୁ ହେବାର ଜାଣି ତରବରିଆ ଭବେ ଡାକ୍ତର ନିଜ ଦୋଷ ଲୁଚାଇବାକୁ ଯାଇ ସାଲାଇନ ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ l

ଅନ୍ୟପଟେ ଆଜି ସ୍ୱାସ୍ଥ୍ୟ ମେଳେ ଅନୁଷ୍ଠିତ ହୋଇଥିବା ଯୋଗୁଁ ସମସ୍ତ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ ତେଣୁ ମେଡ଼ିକାଲରେ ଚିକିତ୍ସା ନିମନ୍ତେ କେହିନଥିଲେ l ସେଥିଲାଗି ତାଙ୍କ ଝିଅ ଙ୍କ ଚିକିତ୍ସା ହୋଇପାରିଲା ନାହିଁ ସେ ମୃତ୍ୟୁ ବରଣ କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା l ତେବେ ଏହି ଚିକିତ୍ସା ଅବହେଳାରୁ ହୋଇଥିବା ମୃତ୍ୟୁ ଅଭିଯୋଗ ର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି l


Share: