413 କେଜି ଗଞ୍ଜେଇ ଜବତ, ଜଣେ ଗିରଫ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ :ଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୋଲିସ ମିଳିଛି ବଡ ସଫଳତା l କୋଦଳା ରୁ ଗୁଜୁରାତ ସୁରତକୁ ଚୋରା ଚାଲାଣ ହେଉଥିବା 413 କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ l ଏହି ଗଞ୍ଜେଇ ଗୋଟିଏ 6 ଚକିଆ ଟ୍ରକରେ ବୁଢ଼ାମ୍ବ ନିକଟ ସାନଉସ୍ତାପଡ଼ା ର ଏକ କୁକୁଡ଼ା ଫାର୍ମ ରୁ ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ l

ପୁରୁଷୋତମପୁର ଏସ୍ଡ଼ିପିଓ ଙ୍କ ନିର୍ଦେଶ କ୍ରମେ ଥାନା ଏସଆଇ ଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା l ସେଠାରୁ ଗଞ୍ଜେଇ ସହିତ ଦୁଇଟି ବାଇକ, ଗୋଟିଏ ପିକଅପ ଭେନ, ଗୋଟିଏ ସ୍କୁଟି ଓ ତାର ଡିକିରୁ ଗୋଟିଏ ମାଉଜର, ଚାରୋଟି ଜୀବନ୍ତ ଗୁଳି ଜବତ ସହିତ ମାଷ୍ଟର ମାଇଣ୍ଡ କୁ ଗିରଫ କରିଛି ପୋଲିସ l ଏହା ସହିତ ଘଟଣାରେ ସମ୍ପୃକ୍ତ ଅନ୍ୟ 7 ଅଭିଯୁକ୍ତ ଫେରାର ରହିଛନ୍ତି l ସେମାନଙ୍କୁ ଗିରଫ କରିବାଲାଗି ଗୋଟିଏ ଟିମ ସୁରତ ଯାଇଥିବା ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ l ସେପଟେ ଏହି ଅଭିଯୁକ୍ତ ମାନେ ଟ୍ରକର ଡାଲା କାଟି ତାର ତଳେ ସତର୍କତା ର ସହିତ ଗଞ୍ଜେଇ ଚାଲାଣ କରୁଥିଲେ l ପୂର୍ବରୁ ବହୁବାର ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ ପାଖରେ ଖବର ରହିଥିଲା l ତେବେ ଏହି ରାକେଟ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ କରୁଛି ପୋଲିସ l


Share: