କେନ୍ଦ୍ରାପଡ଼ାରୁ 15 ଗ୍ରାମ ଧକା ଜହର ଜବତ ।

Share:

କେନ୍ଦ୍ରାପଡା :1/9/2021ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗରାପୂର୍ ଛକ ନିକଟ ରୁ ଏକ ବ୍ୟକ୍ତି ଙ୍କ ପାଖରୁ ୧୫ ଗ୍ରାମ ର ବ୍ରାଉନ ସୁଗାର୍ ସହିତ OD 29 A 2259 ନମ୍ୱର୍ ବଜାଜ ପ୍ଲାଣ୍ଟିନା ମଟର ସାଇକେଲ ଜବତ କରିଛି । ଜବତ ବ୍ରାଉନ ସୂଗାର ମୂଲ୍ୟ ଆନୁମାନିକ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ତଦନ୍ତ ରୁ ପ୍ରକାଶ । ଓଡ଼ିଶା ରେ ଧଳା ଜହର ବିକ୍ରୀ କରୁଥିବା ଅନେକ ସୌଦାଗର ଙ୍କୁ ପୋଲିସ ଓ ଅବକାରୀ ବିଭାଗ ଧରୁଥିବା ବେଳେ କେନ୍ଦ୍ରାପଡ଼ା ରେ ଏଭଳୀ ସାଙ୍ଘାତିକ ନିଶା କାରବାର କିପରି ହେଉଛି ଓ ଏହାର ରାକେଟ କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ , ଅନ୍ୟ ପକ୍ଷରେ ଧରା ଯାଇଥିବା ବ୍ୟକ୍ତି ଙ୍କ ନାମ ରାଜୀବ ପତି ବୋଲି ଓ ତାଙ୍କ ଘର କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର୍ ବୋଲି ଜିଲ୍ଲା ଅବକାରୀ ନିରୀକ୍ଷକ କାଳନ୍ଦୀ ବେହେରା ସୁଚନା ଦେଇଛନ୍ତି , ହେଲେ ଧଳା ଯହର ବା ବ୍ରାଉନ ଶୁଗାର ନେଇ ଯାଉଥିବା ରାଜୀବ ପତି କହିଛନ୍ତି ସେ ନିଜେ ବ୍ୟବହାର ପାଇଁ ନେଉଥିଲେ ଏ କେମିତି ବିକ୍ରୀ ହେଉଛି ସେ ଜାଣିନାହାନ୍ତି, ତେବେ ଦିନ ଦି ପହରେ ଏଭଳି ବିଷ ବିକ୍ରୀ କରୁଥିବା ବ୍ୟକ୍ତି ଙ୍କ ଉପରେ ପୋଲିସ ଓ ଅବକାରୀ ବିଭାଗ କଣ କାର୍ଯ୍ୟାନୁଷ୍ଠାନ ନେଉଛି ଏବଂ ଏହା କେଉଁଠୁ ଏତେ ପରିମାଣ ରେ ଆସି କେନ୍ଦ୍ରାପଡ଼ା ରେ ପହଂଚୁଛି ପୋଲିସ ଓ ଅବକାରୀ ବିଭାଗ ତାର ସନ୍ଧାନ କରିବାରେ ସଫଳ ହେଉଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

କେନ୍ଦ୍ରାପଡା ରୁ ରିପୋର୍ଟ ବିଶ୍ୱଜିତ ପ୍ରଧାନ।


Share: