ଆଦିବାସୀ ଲୋକନୃତ୍ୟ ର ସଂରକ୍ଷଣ ଉତ୍କଳ ଆଲୁମିନା ପକ୍ଷରୁ ଆମ ନୃତ୍ୟ ଆମ ସଂସ୍କୃତି 2023

Share:


 
ଅମୁଲ୍ୟ ନିଶଙ୍କ

ରାୟଗଡା :ଆଦିତ୍ୟ ବୀର୍ଲ୍ଲା ଗ୍ରୁଓ ଅନ୍ତର୍ଗତ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼ ଆଦିବାସୀ ଲୋକନୃତ୍ୟ ‘ଧିମିସା’ ର ସଂରକ୍ଷଣ ଏବଂ ତାହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧ ।ବିଗତ ୯ବର୍ଷ ଧରି କମ୍ପାନୀ ଏକ ଅନନ୍ୟ ଧିମିସା ଉତ୍ସବ ଆୟୋଜନ କରି ଆସୁଛି ଯାହା ପୋଡଶୀ ଗ୍ରାମଗୁଡିକରେ ବେଶ ଆକୃଷ୍ଟ ହୋଇଛି । ବିଗତ ବର୍ଷଗୁଡିକ ଭଳି ଚଳିତ ବର୍ଷ ମଧ୍ୟ କମ୍ପାନୀ ନୂଆପଡା ସହରାଂଚଳ (ହେଲିପ୍ୟାଡ଼ ଗ୍ରାଉଣ୍ଡ) ରେ ୨୦୨୩ ମାର୍ଚ୍ଚ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଆମ ନୃତ୍ୟ ଆମ ସଂସ୍କୃତି ଆୟୋଜନ କରିଥିଲା । ଆଦିବାସୀ ଲୋକନୃତ୍ୟ ଧିମିସା ଉତ୍ସବର ପ୍ରଥମ ଦିବସରେ ନିକଟବର୍ତ୍ତୀ ଗ୍ରାମଗୁଡିକରୁ ୩୧ଟି ଦଳ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ଦ୍ଵିତୀୟ ଦିବସ ରେ ଓଡିଶୀ କୁଚିପୁଡି, ଛଉ, ସମ୍ବଲପୁରୀ, ରଣପା, ଏବଂ ଘୁବୁକୁଗୁଡ଼ୁ ଆଦି ଲୋକନୃତ୍ୟ କଲା ଓଡିଶା ର ସ୍ୱନାମଧନ୍ୟ କଳାକାଳଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଶ୍ରୀ ଧର୍ମେନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେବ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏବଂ ଏହି ଅବସରରେ ଶ୍ରୀମତୀ ମଣିଷ ଦାସ, ବିଡ଼ିଓ କାଶୀପୁର, ଶ୍ରୀ ବସନ୍ତ ପ୍ରଧାନ ଡିଆଇପିଆରଓ ରାୟଗଡା ଏବଂ ଶ୍ରୀ ମଜହର ବେଗ, ୟୁନିଟ ହେଡ଼ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ପ୍ରମୁଖ ଉପସ୍ଥିତ ଥିଲେ । ଆଦିତ୍ୟ ବୀର୍ଲ୍ଲା ଗ୍ରୁପ ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ନିଜର କାର୍ଯ୍ୟ ପରିଚାଳନା କରୁଥିବା ଅଂଚଳର ସ୍ଥାନୀୟ ଜାଣସମୂଦାୟଙ୍କର ସାଂସ୍କୃତିକ ଏବଂ ପାରମ୍ପରିକ ମୂଲ୍ୟବୋଧର ସଂରକ୍ଷଣ ଏବଂ ସେଥିରେ ବୃଦ୍ଧି ଘଟାଇବାକୁ ଦୃଢ ଏକାଗ୍ରତା ନେଇ କାର୍ଯ୍ୟ କରୁଛି ।ଏହାର ମୌଳିକ ନୀତି ସମୂହ ସ୍ଥାନୀୟ ପ୍ରଥା ସହିତ ସଦ୍ଭାବ ଓ ସଂପ୍ରିତି ବଜାୟ ରଖିବା ଇପରେ କେନ୍ଦ୍ରୀଭୂତ ଏବଂ ସେହି ସମୟଟାରେ ଏହା ସେଗୁଡିକର ପରିପୋଷଣ କରିବା ସହିତ ସମର୍ଥନ ଯୋଗାଇ ଦେଉଛି । ଏହା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ୟୁନିଟ ହେଡ଼ ଏବଂ ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ ତାଙ୍କର ସ୍ୱାଗତ ଭାଷଣ ରେ ଉଲ୍ଲେଖ କରିଥିଲେ । ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଧର୍ମାନନ୍ଦ ବେହେରା ଧିମିସା ଉତ୍ସବକୁ ପ୍ରଶଂସା କରିବା ସହିତ ଏହାର ପ୍ରୋତ୍ସାହନ କ୍ଷେତ୍ରରେ ଉତ୍କଳ ଆଲୁମିନାର ପ୍ରୟାସ ପ୍ରଶଂସନୀୟ ବୋଲି ପ୍ରକାଶ କରିଥିଲେ । ଦ୍ଵିତୀୟ ଦିବସରେ ଶ୍ରୀ କମରନ୍ଦ ମୁଦୁଲି, ବିଧାୟକ ରାୟଗଡା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏଠି ସହିତ ଶ୍ରୀମତୀ ଅନୁସୟା ମାଝୀ (ଚେୟାରପର୍ସନ ସ୍ପେଶାଲ ଡେଭେଲପମେଣ୍ଟ କାଉନସିଲ, ରାୟଗଡା), ଶ୍ରୀମତୀ ସରସ୍ୱତୀ ମାଝୀ ଚେୟାରପର୍ସନ ଜିଲ୍ଲା ପରିଷଦ ରାୟଗଡା, ଶ୍ରୀ ଅକ୍ଷୟ ସାହୁ, ବ୍ୟୁରୋ ହେଡ଼ ଏସିଆନ ଏଜ, ଶ୍ରୀ ଅଜିତ ସାଙ୍ଗୱାନ , ଡ଼ିଆଇଜି, ସିଆରପିଏଫ ରାୟଗଡା, ଶ୍ରୀ ବିକାଶ ବଇଁ, ଜିଏମଆରଆଇସି, ଶ୍ରୀକାନ୍ତ ମାଝୀ, ବ୍ଲକ ଚେୟାରମ୍ୟାନ କାଶୀପୁର ଏବଂ ଶ୍ରୀ ମଜହର ବେଗ, ୟୁନିଟ ହେଡ଼ ଏବଂ ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ଥିଲେ । ଶ୍ରୀ କମରନ୍ଦ ମୁଦୁଲି, ବିଧାୟକ ରାୟଗଡା ସ୍ଥାନୀୟ କଲା ଓ ସଂସ୍କୃତି ଉପରେ ଦୃଷ୍ଟିନିବଦ୍ଧ କରୁଥିବା ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଉତ୍କଳ ଆଲୁମିନାକୁ ପ୍ରଶଂସା କରିଥିଲେ ।ସ୍ଥାନୀୟ ଗୋଷ୍ଠୀ ଗୁଡିକର କୁଶଳତାର ବିକାଶ ଦିଗରେ ଉତ୍କଳ ଆଲୁମିନାର ଉଲ୍ଲେଖନୀୟ ସମର୍ଥନକୁ ସେ ପ୍ରଶଂସା କରିଥିଲେ ଏବଂ ଏହା ତାହାର ସିଏସଆର କାର୍ଯ୍ୟକଳାପଜାରୀ ରଖିବା ବୋଲି ଆଶା ପ୍ରକାଶ କରିଥିଲେ । ସେ ମଧ୍ୟ ସ୍ୱାସ୍ଥ୍ୟ, ଶିକ୍ଷା, ଓ କୃଷି ଆଦି କ୍ଷେତ୍ରରେ ଉତ୍କଳ ଆଲୁମିନାର ପ୍ରୟାସ ସମୂହକୁ ଉଚ୍ଚ ପ୍ରଶଂସା କରି ଆଦିବାସୀ ଜନସାଧାରଣଙ୍କ ବିକାଶ ଦିଗରେ ଏହାର କାର୍ଯ୍ୟକ୍ରମଗୁଡ଼ିକ ସମାଜ କଲ୍ୟାଣ ନିମନ୍ତେ ଉତ୍ସର୍ଗିକୃତ ବୋଲି ଉଲ୍ଲେଖ କରିଥିଲେ । ସରକାରଙ୍କ ଲକ୍ଷ୍ୟ ମୁତାବକ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ସ୍ଥରରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଏହାର ଅବଦାନ ରହିଥିବା ସେ ପ୍ରକାଶ କରିଥିଲେ । ଶ୍ରୀ ମଜହର ବେଗ, ୟୁନିଟ ହେଡ଼ ଏବଂ ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ କମ୍ପାନୀ ନିଜ କାର୍ଯ୍ୟ ପରିଚାଳନା କରୁଥିବା ଅଂଚଳର ପୂର୍ଣ୍ଣାଙ୍ଗ ବିକାଶରେ ଉତ୍କଳ ଆଲୁମିନା ବିଶ୍ୱାଶ ରଖୁଛି ।କମ୍ପାନୀ ସ୍ଥାନୀୟ କଳା ଓ ସଂସ୍କୃତି ଦିଗରେ ପ୍ରତିବଦ୍ଧ ରହିଛି ଯାହା ଏହାର ବାର୍ଷିକ କାର୍ଯ୍ୟକ୍ରମ ଆମ ନୃତ୍ୟ ଆମ ସଂସ୍କୃତି ରେ ପ୍ରତିଫଳିତ ହୋଇଛି ।
ଆଦିବାସୀ କଳା ଓ ପରମ୍ପରା ର ଏକ ଚମତ୍କାର ପ୍ରଦର୍ଶନ ଭାବରେ ଆଦିବାସୀ ଧିମସା ନୃତ୍ୟ ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ଅଧିକାର ଅନିମନ୍ତେ ପରିପାର୍ଶ୍ଵିକ ବିଭିନ୍ନ ଗ୍ରାମରୁ ୩୧ଟି ଆଦିବାସୀ ନୃତ୍ୟ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ତୀବ୍ର ପ୍ରତିଯୋଗିତାରେ ଗୋକୁଳମୁଣ୍ଡା ଟିମ ଏବଂ ହରିଦାସପୁର ଟିମ ସେମାନଙ୍କର ଚମତ୍କାର ପ୍ରଦର୍ଶନ କରି ବିଚାରକ ମାନଙ୍କୁ ବିମୁଗ୍ଧ କରିବା ସହିତ ବିଜେତା ଘୋଡ଼ସିତ ହୋଇଥିଲେ । ଏଥିରେ ମାଇଲିଗୁଡା ଟିମ ପ୍ରଥମ ରନର ଅପ ଏବଂ ଥୁଟିବର ଟିମ ଦ୍ଵିତୀୟ ରନର ଅପ ହୋଇଥିଲା । ଆଦିବାସୀ ସମୁଦାୟଙ୍କ ପ୍ରତିଭା ଏବଂ ସୃଜନଶୀଳତାକୁ ସମ୍ମାନ ପରିଚୟ ସଂରକ୍ଷଣ କରିବାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲା । ସାଂସ୍କୃତିକ ମୂଳାଧାର ଏବଂ ବିବିଧତାକୁ ପାଳନ କରୁଥିବା ଏହି ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ୫୦୦୦ ରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ । ଯେଉଁଠାରେ ସ୍ଥାନୀୟ ଜନସାଧାରଣଙ୍କର ସଂଗୀତ, ନୃତ୍ୟ ଏବଂ କଳା ପ୍ରଦର୍ଶନ କରାଯାଇଥିଲା । ଏକ ଦାୟିତ୍ୱ ସମ୍ପର୍ଣ୍ଣ କର୍ପୋରେଟ ସଂସ୍ଥା ଭାବରେ ୟୁଆଇଏଲ ପାରିପାର୍ଶ୍ବିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ନିଜର ସିଏସଆର କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରି କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଏହା ସାମାଜିକ ସମସ୍ୟାଗୁଡ଼ିକର ସମାଧାନ ପ୍ରତି ଦୃଷ୍ଟିଦେଉଛି l


Share: