ଭିନ୍ନକ୍ଷମ ମାନଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ ୬ଟି ପରିବାରକୁ ୩ ଲକ୍ଷ ଟଙ୍କା ପ୍ରଦାନ ପୁରୀ- ତା. ୩୧.୦୩.୨୦୨୨- ଜିଲ୍ଲାରେ ୬ଟି ପରିବାରକୁ ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ମୂଳକ ରାଶି ପ୍ରଦାନ କରାଯାଇଛି । ପ୍ରତ୍ୟେକ ପରିବାରକୁ ୫୦ ହଜାର ଭାବେ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଏହି ରାଶି ପ୍ରଦାନ କରିଛନ୍ତି । ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଶାରୀରିକ ଭାବେ କ୍ଷମ ଥିବା ବ୍ୟକ୍ତି ବିବାହ କଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ ଉପସ୍ଥିତ ଥିଲେ ।

Share:


Share: